Tulasi (ତୁଳସୀ)

Tulasi (ତୁଳସୀ)

ସ୍ବର୍ଣ୍ଣ, ରୌପ୍ୟ, ହୀରା, ନୀଳା, ମୋତି, ମାଣିକ୍ୟ

ଖଚିତ ସେ ଶ୍ରୀଅଙ୍ଗ,

ତଥାପି ତୁଳସୀ ପତ୍ର ରେ ମୋହ

ସୁସଜ୍ଜିତ ତୁମ ଦିବ୍ୟ ଶ୍ରୀମୁଖ ।

ଛପନ ଭୋଗ ଓ ଷାଠିଏ ପଉଟି ବ୍ୟଞ୍ଜନ,

ତଥାପି ବିଦୁର ର ଶାଗ ଭଜା ଆଉ

ଦାସିଆ ର ଶ୍ରୀଫଳ ରେ ମନ,

କେଉଁ ଡୋରି ରେ କାହାକୁ ବାନ୍ଧିଛ ଠାକୁର,

ଏ ଭବ ସାଗର ରେ ,

ଯେଉଁଠି ନାଉରୀ ବି ତୁମେ,

ଆଉ ନଉକା ବି ତୁମର ।

ଲେଖିକା (Author)

ଅଞ୍ଜନା ଶତପଥୀ (Anjana Sathpathy)

Share this post

Leave a Reply

Your email address will not be published.


Odisha Society of United Kingdom (OSUK)