Online Odia Classes
ଆସନ୍ତୁ ଜାଣିବା କିପରି ଅଳ୍ପ କିଛି ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ସ୍ୱାର୍ଥହୀନ ଉଦ୍ୟମରେ ~୪୦ ଜଣ ପିଲା ଆମ ମାତୃଭାଷା ଓଡ଼ିଆ ଶିଖି ପାରିଛନ୍ତି| ଏହି ପିଲାମାନେ ଯଦିଓ ଲଣ୍ଡନ ର ବିଭିନ୍ନ ସ୍କୁଲ ରେ ପାଠ ପଢ଼ନ୍ତି, ତାଙ୍କର ଆଗ୍ରହ ଓ ଚେଷ୍ଟା ଯୋଗୁଁ ଏବେ ସେମାନେ ଓଡ଼ିଆ ଲେଖାପଢା କରିପାରୁଛନ୍ତି| ଏହା ସମ୍ଭବ ହୋଇଥିଲା ମାତ୍ର ୧୪-୧୫ ଘଣ୍ଟାରେ (ସପ୍ତାହ କୁ ଗୋଟିଏ ଘଣ୍ଟା)| ଓଡ଼ିଆ ପରି ଏକ ସୁଦୃଢ ଓ ପ୍ରାଚୀନ ଭାଷା କୁ ଏତେ କମ ସମୟରେ ସମ୍ପୂର୍ଣ ଭାବରେ ଶିଖିବା ଅସମ୍ଭବ କିନ୍ତୁ ଏହି ଉଦ୍ୟମ କୁ ଏକ ଶୁଭାରମ୍ଭ କହିବା କିଛି ଭୁଲ ହେବନାହିଁ| ୨୦୨୦ ଏପ୍ରିଲ ମାସ ୯ ତାରିଖ ଦିନ ଏକ ଛୋଟ Whatsapp group ରେ ଆରମ୍ଭ ହୋଇଥିଲା ଏହି ପ୍ରୟାସ| ତାଲାବନ୍ଦ ର ଉଚିତ ସଦୁପଯୋଗ କରି ୭-୮ ଜଣ ପିଲାଙ୍କୁ ନେଇ ଶନିବାର ଦିନ ଓଡ଼ିଆ ଶିକ୍ଷା ଆରମ୍ଭ ହୋଇଥିଲା| ଏହାର ସଫଳତା ଓ ଅଧିକ ପିଲାଙ୍କ ଆଗ୍ରହ ଯୋଗୁଁ ଏବେ ପାଖାପାଖି ୪୦ ଜଣ ପିଲା ଶନିବାର ଓ ରବିବାର ଏହି ଶିକ୍ଷା ଗ୍ରହଣ କରୁଛନ୍ତି|
ଅଲଗା ଶୈଳୀ ପିଲା ମାନଙ୍କୁ ସାହାଯ୍ୟ କରିଥିଲା ଶୀଘ୍ର ଶିଖିବା ପାଇଁ| ଅ ଆ ବଦଳରେ ଆମେ ଆରମ୍ଭ କରିଥିଲୁ ମା ଶବ୍ଦ ରୁ| ସେପରି ଏକା ପ୍ରକାରର ବର୍ଣ୍ଣମାଳା ଏକାଠି ଶିଖିଥିଲୁ – “ଚ, ଛ, ଟ, ର, ଝ, ଗ, ଖ” |

ସବୁ ବର୍ଣ୍ଣମାଳା ଶିଖିବା ପରେ ଆମେ ପୁରୀ ରଥ ଯାତ୍ରା, ଓଡ଼ିଆ ଖାଦ୍ୟ, ବିଭିନ୍ନ ଖେଳ, ପନିପରିବା, ରଙ୍ଗ, ସଂଖ୍ୟା ଇତ୍ୟାଦି ଶିଖିଥିଲୁ|

କିଛି ଉଦାହରଣ, ପିଲାଙ୍କ ନିଜ ଲେଖନୀ ରୁ…

Our sincere thanks to the Teachers
Suvendu Sethi

Jayshree Nanda

Pragyan Ipsita Dash

Comments (2)
Great effort by the team to impart the knowledge in an unconventional yet interesting way to make young children learn Odia.
Thank you very much.
ବହୁତ ଭଲ ପ୍ରୟାସ | ଧନ୍ୟବାଦ ଶୁଭେନ୍ଦୁ ଭାଇ ଆଉ team