Mora Jagannatha

Mora Jagannatha

🙏ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ 

ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ ।

ଓଁ ନମୋ ଭଗବତେ ବାସୁଦେବାୟଃ। 🙏

 ଜଗନ୍ନାଥ ହେଉଛନ୍ତି ଲୀଳାମୟ , ସର୍ବତ୍ର ବିଦ୍ୟମାନ।  ସେ ଆଦି ସେ ଅନ୍ତ । ସେ ହିଁ ସର୍ବନାମ । ସେ ଭାବରେ ବନ୍ଧା ପୁଣି ଭକ୍ତିରେ ବନ୍ଧା। ସେ ବନ୍ଧୁ ମହାନ୍ତିର ବନ୍ଧୁ ପୁଣି ସାଲବେଗଙ୍କ ପରି ଭକ୍ତଙ୍କ ଭଗବାନ। ଜଗନ୍ନାଥଙ୍କ ପାଇଁ ଏ ଶ୍ରୀକ୍ଷେତ୍ର ପୁରୀ ,  ଏ ଓଡିଶା ମାଟି ବୈକୁଣ୍ଠ। ଓଡିଆଙ୍କ ପ୍ରାଣର ସ୍ପନ୍ଦନ। ପ୍ରତି ଓଡିଆଙ୍କ ଘରେ  ଜଗନ୍ନାଥ ହେଉଛନ୍ତି ଘରର ମୁଖ୍ୟ ଆମର ଇଷ୍ଟଦେବ। 

ଜଗନ୍ନାଥ ଙ୍କ ନାମରେ ଆରମ୍ଭ ହୁଏ ଦିବସ । ଓଡିଆ ଘରର ପ୍ରଥା , ପରମ୍ପରା , ମିତ୍ରତା , ଭାତୃଭାବ , ସାହିତ୍ୟ , କଳା , ସବୁ ହେଉଛି ଜଗନ୍ନାଥ ସଂସ୍କୃତି।  ଜଗନ୍ନାଥ ସଂସ୍କୃତି  ଏକତା ର ପ୍ରତୀକ । ସରଳତା , ବିଶ୍ବାସ , ଭଲପାଇବା , ନିସ୍ବାର୍ଥପରତା , ତ୍ୟାଗ , ଭକ୍ତିଭାବ , ସହନଶୀଳତା ଓ ନିରପେକ୍ଷତା ଜଗନ୍ନାଥ ସଂସ୍କୃତିର ଏକ ଏକ ଅଙ୍ଗ। 

ଶ୍ରୀ ଜଗନ୍ନାଥ ସଂସ୍କୃତି ହେଉଛି ସାର୍ବଜନୀନ। 

ଏହି ସଂସ୍କୃତି ହେଉଛି  ଅସୀମ ଏବଂ ବିସ୍ତୃତ ,  ନା ତାକୁ ଶବ୍ଦରେ ଲେଖିହୁଏ  ନା ବଖାଣି ହୁଏ। ଏହି ସଂସ୍କୃତି କୌଣସି ଧର୍ମଧାରାରେ ସୀମାବଦ୍ଧ ନୁହେଁ। ଜଗନ୍ନାଥ ସଂସ୍କୃତି   ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ଏକ ସୁନ୍ଦର  ସେତୁଟିଏ ଯାହା ସଂଯୋଗ କରିଥାଏ  ବନ୍ଧଟିଏ ପରି।  ଜଗନ୍ନାଥ ସଂସ୍କୃତି ସମସ୍ତ ଜାତି, ଧର୍ମ,ପ୍ରଥା, ପରମ୍ପରା ଓ ସଂସ୍କୃତିର ସମନ୍ବୟ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ଏକ , ଅଭିନ୍ନ ଓ ଅପରିବର୍ତ୍ତନୀୟ। ଯାହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଭ୍ରାତୃତ୍ୱର ବାଣୀ ଯୁଗ ଯୁଗରୁ ପ୍ରଚାର ଓ ପ୍ରସାର କରିଆସୁଛି । ଈଶ୍ୱର ସତ୍ତା ସକଳ ଜୀବ ମଧ୍ୟରେ ବିଦ୍ୟମାନ ତେଣୁ ପୃଥିବୀର ସକଳ ପ୍ରାଣୀ ସମାନ। ଆମେ ସମସ୍ତେ  ଏକକାର ।

ଜଗନ୍ନାଥ ସଂସ୍କୃତି ସହିତ ବିଶ୍ବବାସୀଙ୍କର ଜନଜୀବନ ଅଙ୍ଗାଙ୍ଗୀ ଭାବରେ ଜଡିତ।

ନୃତ୍ୟ, ସଙ୍ଗୀତ,ସାହିତ୍ୟ, କଳା, ଶିକ୍ଷା ,ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପ୍ରଭୃତି ହେଉଛି ସଂସ୍କୃତିର ଅନ୍ତରଙ୍ଗ ବିଭବ । ଆମେ ସମସ୍ତେ ଏକ ଓ ଅଭିନ୍ନ। ସାରା ବିଶ୍ବ  ଏକ ସୁତ୍ରରେ ବନ୍ଧା।

ଏହି ସଂସ୍କୃତି ଜନହିତର ପ୍ରତୀକ , ବିଶ୍ବ ହିତର ପ୍ରତୀକ

ଲେଖିକା (Author)

Jayashree Nanda

Share this post

Leave a Reply

Your email address will not be published. Required fields are marked *


Odisha Society of United Kingdom (OSUK)