Suji Kakara
ସୁଜି କାକରା
- ୧ କପ୍ ସୁଜି
- ୨ କପ୍ ପାଣି
- ଅଧା କପ୍ ଚିନି
- ଅଳେଇଚ ଗୁଣ୍ଡ ଅଧା ଚାମଚ
ପୁର ସାମଗ୍ରୀ ଓ ପ୍ରସ୍ତୁତୀ
- ନଡିଆ କୋରା ୧କପ୍
- ଚିନି ଅଧା କପ୍
- ଅଳେଇଚ ଗୁଣ୍ଡ ଅଧା ଚାମଚ
- ଚିମୁଟେ କଳା ମରିଚ ଗୁଣ୍ଡ
- ଏ ସବୁକୁ ମିଶାଇ କଡେଇରେ ଅଳ୍ପ ସମୟ ପାଇଁ ଭାଜିନେବେ ଓ ରଖିବେ।
କାକରା ବନେଇବା ପ୍ରଣାଳୀ
- ପ୍ରଥମେ ସୁଜି ଓ ଚିନିକୁ ମିଶାଇ ରଖିବେ।ଗୋଟେ କଡେଇରେ ପାଣିନେବେ । ପାଣି ଫୁଟିଲା ପରେ ସେଥିରେ ଅଳେଇଚ ଗୁଣ୍ଡ ପକାଇବେ। ଧିରେ ଧିରେ ସୁଜି ଓ ଚିନିର ମିଶ୍ରଣକୁ ଅଳ୍ପ ଅଳ୍ପ କରି ପକାଇ ଗୋଳାଇବେ।
- ଯେତେବେଳେ ଏହା ସବୁ ପାଣି ଟାଣିନେବ ଓ ଜନ୍ତୁଣୀ ଗାଢା ହୋଇଯିବ କିଛି ସମୟ ଘୋଡାଇ ରଖିବେ।
- ଜନ୍ତୁଣୀକୁ ହାତରେ ଟିକେ ପାଣି ନେଇ ଅଟା ପରି ଚକଟି ନେବେ। ଅଟା ଗୁଳା ପରି ଛୋଟ ଛୋଟ ଗୁଳା ବନାଇବେ ।
- ଗୁଳାକୁ ହାତରେ ଛୋଟ ପୁରୀ ପରି ବନାଇ ସେଥିରେ ପୁର ଦେଇ ଗୋଲ ଗୋଲ ବନାଇ ତେଲ ବା ଘିଅରେ ଛାଣିନେବେ ।
- ଆପଣଙ୍କ କାକରା ଏବେ ରେଡି। ବନାନ୍ତୁ ଓ ଏହାର ସ୍ବାଦ ନିଅନ୍ତୁ।
Contributed by:
Jayashree Nanda
Leave a Reply