Suji Kakara

Suji Kakara

ସୁଜି କାକରା
  • ୧ କପ୍ ସୁଜି
  • ୨ କପ୍ ପାଣି
  • ଅଧା କପ୍ ଚିନି
  • ଅଳେଇଚ ଗୁଣ୍ଡ ଅଧା ଚାମଚ
ପୁର ସାମଗ୍ରୀ ଓ ପ୍ରସ୍ତୁତୀ
  • ନଡିଆ କୋରା ୧କପ୍
  • ଚିନି ଅଧା କପ୍
  • ଅଳେଇଚ ଗୁଣ୍ଡ ଅଧା ଚାମଚ
  • ଚିମୁଟେ କଳା ମରିଚ ଗୁଣ୍ଡ
  • ଏ ସବୁକୁ ମିଶାଇ କଡେଇରେ ଅଳ୍ପ ସମୟ ପାଇଁ ଭାଜିନେବେ ଓ ରଖିବେ।
କାକରା ବନେଇବା ପ୍ରଣାଳୀ
  • ପ୍ରଥମେ ସୁଜି ଓ ଚିନିକୁ ମିଶାଇ ରଖିବେ।ଗୋଟେ କଡେଇରେ ପାଣିନେବେ । ପାଣି ଫୁଟିଲା ପରେ ସେଥିରେ ଅଳେଇଚ ଗୁଣ୍ଡ ପକାଇବେ। ଧିରେ ଧିରେ ସୁଜି ଓ ଚିନିର ମିଶ୍ରଣକୁ ଅଳ୍ପ ଅଳ୍ପ କରି ପକାଇ ଗୋଳାଇବେ।
  • ଯେତେବେଳେ ଏହା ସବୁ ପାଣି ଟାଣିନେବ ଓ ଜନ୍ତୁଣୀ ଗାଢା ହୋଇଯିବ କିଛି ସମୟ ଘୋଡାଇ ରଖିବେ।
  • ଜନ୍ତୁଣୀକୁ ହାତରେ ଟିକେ ପାଣି ନେଇ ଅଟା ପରି ଚକଟି ନେବେ। ଅଟା ଗୁଳା ପରି ଛୋଟ ଛୋଟ ଗୁଳା ବନାଇବେ ।
  • ଗୁଳାକୁ ହାତରେ ଛୋଟ ପୁରୀ ପରି ବନାଇ ସେଥିରେ ପୁର ଦେଇ ଗୋଲ ଗୋଲ ବନାଇ ତେଲ ବା ଘିଅରେ ଛାଣିନେବେ ।
  • ଆପଣଙ୍କ କାକରା ଏବେ ରେଡି। ବନାନ୍ତୁ ଓ ଏହାର ସ୍ବାଦ ନିଅନ୍ତୁ।

Contributed by:

Jayashree Nanda

Share this post

Leave a Reply

Your email address will not be published.


Odisha Society of United Kingdom (OSUK)