Rohu Machha Besara (ରୋହି ମାଛ ଆମ୍ବୁଲ ବେସର)

Rohu Machha Besara (ରୋହି ମାଛ ଆମ୍ବୁଲ ବେସର)

ମାଛ ଭଜା

ମାଛ ରେ ହଳଦୀ, ଲୁଣ ଆଉ ଲେମ୍ବୁ ରସ ଦେଇ କିଛି ସମୟ marinate କରିଦେବେ I କଡେଇ ରେ ସୋରିଷ ତେଲ ଗରମ କରି ମାଛ ଭାଜିଦେବେ I

ଆଳୁ ଆଉ ଗାଜର ଭଜା

ମାଛ ଭାଜି ସରିଲା ପରେ ସେଇ ତେଲ ରେ ଛୋଟ ଛୋଟ କଟା ଆଳୁ ଆଉ ଗାଜର କୁ ଭାଜିଦେବେ I

ବେସର ମସଲା ସାମଗ୍ରୀ 

  • ୧ ବଡ ଚାମଚ କଲା ସୋରିଷ ,
  • ୧ ବଡ଼ ଚାମଚ ଧଳା ସୋରିଷ ,
  • ୧ ବଡ ଚାମଚ ଜୀରା ,
  • ଗୋଟେ ବଡ ରସୁଣ ,
  • ୨-୩ ଶୁଖିଲା ଲଙ୍କା କୁ ପାଣି ରେ ଭିଜେଇଦେବେ,
  • ୧୦ ମିନଟ ପରେ grind କରିଦେବେ I

ପ୍ରସ୍ତୁତୀ

  • କଡେଇ ରେ ସୋରିଷ ତେଲ ଗରମ କରିବେ I ଗରମ ତେଲ ରେ ପଞ୍ଚ ଫୁଟଣ ପକେଇବେ I ୨ ଟା କଟା ପିଆଜ ଆଉ ୪-୫ curry leaves ପକେଇବେ I ୨-୩ ମିନଟ ପରେ ଗୋଟେ କଟା ଟମାଟୋ ପକେଇବେ I ଲୁଣ , ହଳଦୀ , ଲଙ୍କା ଗୁଣ୍ଡ ପକେଇବେ I
  • ମସଲା ଭଲ କି ହେଇଗଲେ grind ହେଇଥିବା ବେସର ମସଲା ପକେଇବେ I ୧ ମିନଟ ରେ ପାଣି ଦେଇଦେବେ ନହେଲେ ମସଲା ପିତା ହେଇଯିବ I କିଛି ସମୟ ଫୁଟେଇବେ ଆଉ ଥଣ୍ଡା ହେବା ପାଇଁ ରଖିଦେବେ I
  • ଥଣ୍ଡା ହେଇଗଲେ grind କରିଦେବେ I ତେଲ ଗରମ କରିକି grind ହେଇଥିବା ମସଲା କୁ ଫୁଟେଇବେ I ସେଥିରେ ୨ ଟି ଆମ୍ବୁଲ ପକେଇଦେବେ I ୧ ଚାମଚ cream ପକେଇଦେବେ I ଶେଷ ରେ ଭଜା ମାଛ , ଆଳୁ, ଗାଜର କୁ ପକେଇଦେବେ I ୨ ମିନିଟ ପରେ ଖାଇବା ପରଷିବେ I

Contributed By:

Bibhu Pattanayak

Share this post

Leave a Reply

Your email address will not be published.


Odisha Society of United Kingdom (OSUK)