Chatpata Chat (ଚାଟ)

Chatpata Chat (ଚାଟ)

ଚାଟ ମସଲା

୨୫୦ ଗ୍ରାମ yellow peas (ମଟର ) କୁ ୫-୬ ଘଣ୍ଟା ପାଣି ରେ ଭିଜେଇ ରଖିଦେବେ I ତାପରେ ମଟର , ୨ ଟି ବଡ ଆଳୁ pressure cooker ରେ ରଖିବେ I ସେଥିରେ ଲୁଣ , ହଳଦୀ ଦେଇ ସିଝେଇଦେବେ I

୨-୩ ଟମାଟୋ, ୧ ଛୋଟ ରସୁଣ , ୧-୨ କଞ୍ଚା ଲଙ୍କା , ଜୀରା କୁ grind କରିଦେବେ I କଡେଇ ରେ ୧ ଚାମଚ ତେଲ ଗରମ କରିବେ I ତେଲ ଗରମ ହେଲେ ସେଥିରେ ହେଙ୍ଗୁ , ହଳଦୀ ଗୁଣ୍ଡ , kashmiri ଲଙ୍କା ଗୁଣ୍ଡ କୁ ଟିକିଏ ଭାଜିଦେବେ ଆଉ ତାପରେ ginded ଟମାଟୋ puree କୁ କଷିବେ I ସେଥିରେ ଲୁଣ, ଜୀରା ଲଙ୍କା ଗୁଣ୍ଡ , ଗରମ ମସଲା ଆଉ Sabji ମସଲା ଦେବେ I ପାଣି ଦେଇକି ଫୁଟେଇଦେବେ I ବେଶି dry କରିବେନି I

ତେନ୍ତୁଳି ପାଣି

ତନ୍ତୁଳି କୁ ପାଣି ରେ ଭିଜେଇଦେବେ I ତେନ୍ତୁଳି ପାଣି ସହ ୪-୫ ଟି Mint leaves , ୨ କଞ୍ଚା ଲଙ୍କା grind କରିଦେବେ I ସେଥିରେ ଜୀରା ଲଙ୍କା ଗୁଣ୍ଡ , ଚାଟ ମସଲା , black salt ପକେଇଦେବେ

ଅନ୍ୟାନ୍ୟ ସାମଗ୍ରୀ

  • ଛୋଟ ଛୋଟ କାକୁଡି 
  • ଗାଜର , beet root 
  • ପିଆଜ ,
  • କଞ୍ଚା ଲଙ୍କା ,
  • ଧଣିଆ ପତ୍ର , ଲେମ୍ବୁ
  • ୨ ଚାମଚ yugurt
  • Papdi
  • Sev

Chatpata ଚାଟ ପ୍ରସ୍ତୁତୀ

ଗୋଟେ plate ରେ ଚାଟ ମସଲା ନେବେ I ସେଥିରେ yogurt ପକେଇଦେବେ I କାକୁଡି , ଗାଜର , beet root , ପିଆଜ , କଞ୍ଚା ଲଙ୍କା , ଧଣିଆ ପତ୍ର ପକେଇବେ I ଲେମ୍ବୁ ଚିପୁଡ଼ି , black salt , ଚାଟ ମସଲା , ଜୀରା ଲଙ୍କା ଗୁଣ୍ଡ ପକେଇବେ I ସେଥିରେ ତେନ୍ତୁଳି ପାଣି ଦେବେ I ତାପରେ sev ଆଉ papdi ଦେଇ ପରଷି ଦେବେ I

Contributed by:

Bibhu Pattanayak

Share this post

Leave a Reply

Your email address will not be published.


Odisha Society of United Kingdom (OSUK)